Report Card Odisha

| Daily Odia News

ଚାର୍‌ମିନାର ଏକ୍ସପ୍ରେସ ଦୁର୍ଘଟଣା ,୬ ଆହତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲାଇନ୍‌ଚ୍ୟୁତ ହୋଇଛି ଚାର୍‌ମିନାର ଏକ୍ସପ୍ରେସ । ତେଲେଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାରମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଆଂଶିକ ରୂପେ ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳପଥର ପିଆରଓ ରାକେଶ କହିଛନ୍ତି ଯେ ଏହି ଘଟଣା ପୂର୍ବାହ୍ନ ରେ ଘଟିଛି। ଏହି ରେଳ ଷ୍ଟେସନ ହେଉଛି ଏକ ଟର୍ମିନାଲ ଷ୍ଟେସନ, ଯେଉଁଠାରେ ଟ୍ରେନ ଅଟକିଥାଏ। ତେବେ ଏହି ଟ୍ରେନଟି ସେଠାରେ ଅଟକିବାର ଥିଲା, କିନ୍ତୁ ଏହା ସେଠାରେ ଅଟକି ନ ଥିଲା ବରଂ ଆଗକୁ ବଢ଼ି ଯାଇଥିଲା। ଯେଉଁଥିପାଇଁ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଟ୍ରେନର ଗେଟ୍ ପାଖରେ ଠିଆ ହୋଇଥିବା ୬ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Breaking News