Report Card Odisha

| Daily Odia News

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟ ତଥା ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ମିଳିଛି | ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତିନୋଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଇନର୍‌ ରିଙ୍ଗ ରୋଡ୍‌ ମାମଲା, ମଦ ଦୁର୍ନୀତି ଓ ବାଳି ଦୁର୍ନୀତି ମାମଲାରେ ଯାଞ୍ଚ ଚାଲିଛି। ଏହି ମାମଲାରେ ଜାମିନ ପାଇଁ ଟିଡିପି ମୁଖ୍ୟ ହାଇକୋର୍ଟରେ ତିନୋଟି ଭିନ୍ନ ଭନ୍ନ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ବୁଧବାର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମି ପ୍ରଦାନ କରିଛନ୍ତି। ଜେଲରୁ ମୁକୁଳିବା ପରେ ସାର୍ବଜନୀନ ବୈଠକ କରିବାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ବାରଣ କରାଯାଇଛି। ଏଥିସହ କୌଣସି ବି ମିଡିଆ ପ୍ଲାଟଫର୍ମରେ ଉକ୍ତ ମାମଲା ସହ ଜଡିତ କୌଣସି ବି ଆଲୋଚନା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନୋଟି ମାମଲାର ତଦନ୍ତରେ ସହଯୋଗ କରୁବାକୁ ମଧ୍ୟ କୋର୍ଟ ତାଙ୍କୁ କହିଛନ୍ତି।

Breaking News