Report Card Odisha

| Daily Odia News

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର……

ରିପୋର୍ଟ କାର୍ଡ / କୋରାପୁଟ

ଦଶମନ୍ତପୁର ଥାନା ଚଣାବାଡ଼ ପଞ୍ଚାୟତ ଯୋଡ଼ିପାଇ ଗାଁରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଯୁବକଙ୍କ ନାଁ ମହେନ୍ଦ୍ର ହିକକା। ମୃତ ଯୁବତୀଙ୍କ ନାଁ ଯୁବନ୍ତୀ ମୁସ୍କା। ଉଭୟେ ଯୋଡ଼ିପାଇ ଗାଁର। ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମହେନ୍ଦ୍ର ଓ ଯୁବନ୍ତୀ ୨ ବର୍ଷ ହେଲା ପରସ୍ପରକୁ ଭଲ ପାଇ ଆସୁଥିଲେ। ଦୁହେଁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ଏଥିରେ ମହେନ୍ଦ୍ରଙ୍କ ମା’ ସଂପର୍କକୁ ଗ୍ରହଣ କରୁ ନଥିଲେ। ମହେନ୍ଦ୍ର ତିନି ଥର ଯୁବନ୍ତୀଙ୍କୁ ନେଇ ନିଜ ଘରକୁ ଯାଇଥିଲେ। କିନ୍ତୁ ମହେନ୍ଦ୍ରଙ୍କ ପରିବାର ଲୋକେ ସେମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଦୁହେଁ ଦୁଃଖୀ ଥିଲେ। ତେଣୁ ଏମିତି ଏକ ପଦକ୍ଷେପ ନେଇଗଲେ। ମହେନ୍ଦ୍ର ଓ ଯୁବନ୍ତୀଙ୍କ ଝୁଲନ୍ତା ମୃତଦେହକୁ ଗାଁମୁଣ୍ଡରେ ଠାବ କରାଯାଇଥିଲା। କିଛି ଗ୍ରାମବାସୀ ପ୍ରଥମେ ମୃତଦେହଗୁଡ଼ିକୁ ଦେଖିଥିଲେ। ଦୁହେଁ ଗାଁ ମୁଣ୍ଡରେ ଏକ ତେନ୍ତୁଳି ଗଛରେ ଓଢ଼ଣୀରେ ରହିଥିଲେ। ଦଶମନ୍ତପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Breaking News