ରିପୋର୍ଟ କାର୍ଡ / ଝାଡ଼ଖଣ୍ଡ
ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍ ଲାଇନ୍ ଦିଆଯାଇଛି। ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବାକୁ ହେମନ୍ତ ସୋରେନ୍ଙ୍କୁ କୁହାଯାଇଛି। ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ହେମନ୍ତ ସୋରେନ୍ଙ୍କୁ ସମନ କରିସାରିଲାଣି। କିନ୍ତୁ ସେ ଥରଟିଏ ବି ହାଜର ହୋଇନାହାନ୍ତି। ଏବେ ପୁଣିଥରେ ଇଡି ୮ମ ଥର ପାଇଁ ତାଙ୍କୁ ସମନ ପଠାଇ ଡକାଇଛି।






More Stories
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..