Report Card Odisha

| Daily Odia News

ରାଶିଫଳ…..

ରିପୋର୍ଟ କାର୍ଡ/ ଭୁବନେଶ୍ୱର

ମେଷ: ରବିବାର ଓ ସୋମବାର କର୍ମ ଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯତ୍ନଶୀଳ ହେବେ। ଜଗିରଖି ଚଳିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଯୁକ୍ତ ହେବେ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରିବା ସହ ବସ୍ତ୍ରଦାନ କରନ୍ତୁ।

ବୃଷ: ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଅର୍ଥ ଲାଭ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ପ୍ରେମରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଶତ୍ରୁଦ୍ବାରା ପରାଭୂତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଜଗିରଖି ଚଳିବା ଉଚିତ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବା ଉଚିତ୍‌। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟକାରୀ ସଫଳତା ଲାଭ କରିବେ। ଆର୍ଥିକସ୍ଥିତି ସୁଦୃଢ଼ ହେବ। ପାରିବାରିକ ଆନନ୍ଦ ଲାଭ ହେବ। ଶୁକ୍ରବାର ଓ ଶନିବାର ଚାହୁଁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ମନନଶୀଳ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

କର୍କଟ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସାବଧାନତା ଅବଲମ୍ବନୀୟ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟରେ ପରିବର୍ତ୍ତନ ଆସିବ। କର୍ମ ଅନୁସାରେ ଫଳପ୍ରାପ୍ତ କରିବେ। ପ୍ରଥିତ ଯଶା ହେବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ କର୍ମ ଆରମ୍ଭ ପାଇଁ ଯୋଜନା କରିପାରନ୍ତି। ପ୍ରତିଷ୍ଠାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

 

ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ କରିବେ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ପଡ଼ୋଶୀଙ୍କ ସହିତ କଳହ ହୋଇପାରେ। ଶୁକ୍ରବାର ଓ ଶନିବାର ଭାଗ୍ୟବାଦୀ ହେବେ। ଅଟକିଥିବା କାର୍ଯ୍ୟ ସାରିବାକୁ ଚେଷ୍ଟା କରିବେ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ଯୋଜନା ଅନୁସାରେ କାର୍ଯ୍ୟକରି ଶତ୍ରୁକୁ ପରାସ୍ତ କରିବେ। ଅନୁସନ୍ଧିତ୍ସୁ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବେ। ଆର୍ଥିକ ଅନଟନ ଦୂରୀଭୂତ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି। କୌଣସି କାର୍ଯ୍ୟକରିବା ପୂର୍ବରୁ ବାରମ୍ବାର ଚିନ୍ତନ କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ପୂଜା କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

ତୁଳା: ରବିବାର ଓ ସୋମବାର ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ପିଲାଙ୍କ ପାଠପଢ଼ାକୁ ନେଇ ଯତ୍ନଶୀଳ ହେବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ଆର୍ଥିକସ୍ଥିତି ମଧ୍ୟମ ରହିବ। ସୃଜନଶୀଳ ହେବେ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ସମ୍ବେଦନଶୀଳ ହେବେ। ବୁଝିବିଚାରି କାର୍ଯ୍ୟକଲେ ବିଳମ୍ବରେ ସଫଳତା ମିଳିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କ୍ରିୟାଶୀଳ ହେବେ। ନୂତନ ବିବାହିତ ଦମ୍ପତି ସନ୍ତାନ ଲାଭ କରିପାରନ୍ତି। ଅର୍ଥପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁରେ ବିଜୟ ପ୍ରାପ୍ତ ହେବେ। ଦୂରଯାତ୍ରା କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ କବଚ ପାଠ କରନ୍ତୁ।

ଧନୁ: ରବିବାର ଓ ସୋମବାର ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ଅଟକିଥିବା କାର୍ଯ୍ୟ ସାରିବାକୁ ଚେଷ୍ଟା କରିବେ। ପରମ୍ପରାବାଦୀ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଜମିବାଡ଼ି କିଣାବିକାଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ମଧ୍ୟମ ସଫଳତା ଲାଭ କରିବେ। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଅର୍ଥଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀତାରାକବଚ ପାଠ କରନ୍ତୁ।

ମକର: ରବିବାର ଓ ସୋମବାର ଜଗିରଖି ଚଳିବା ଉଚିତ୍‌। ଯାନବାହନ ଜନିତ ସମସ୍ୟା ଦେଖାଦେଇପାରେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁକ୍ରବାର ଓ ଶନିବାର ସାବଧାନତା ଅବଲମ୍ବନୀୟ। ବିବାଦଯୁକ୍ତ ହୋଇପାରନ୍ତି। ବାକ୍‌ ସଂଯମତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନୈଶ୍ଚର କବଚ ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ସଫଳତା ଲାଭ କରିବେ। ନୂତନ ନିଯୁକ୍ତି ମିଳିପାରେ। ପ୍ରତିଯୋଗିତାରେ ବିଜୟୀ ହେ​‌େ​‌ବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୂରଯାତ୍ରା କରିବା ଉଚିତ ନୁହେଁ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଶୁକ୍ରବାର ଓ ଶନିବାର ଆନନ୍ଦ ଚିତ୍ତ ହେବେ। ଦୂରଯାତ୍ରା କରିପାରନ୍ତି। ଦେବ ଦର୍ଶନରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦଚିତ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀକବଚ ପଢ଼ନ୍ତୁ।

ମୀନ: ରବିବାର ଓ ସୋମବାର ଅବସାଦ ଦେଖାଦେଇପାରେ। ଅଯଥା ଚିନ୍ତାରେ ଭାରାକ୍ରାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମରେ ସଫଳତା, ବ୍ୟବସାୟରେ ଲାଭ ତଥା ସାମାଜିକ ପ୍ରତିଷ୍ଠା ଲାଭ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ରବାର ଓ ଶନିବାର ଋଣଯୁକ୍ତ ହୋଇପାରନ୍ତି। ଜଗିରଖି ଚଳିବା ଉଚିତ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ରନାମ ପାଠ କରନ୍ତୁ।

 

Breaking News