ରିପୋର୍ଟ କାର୍ଡ/ ପାରାଦୀପ
ପାରାଦୀପ ଏମଭି ଦେବୀ ଜାହାଜରୁ ୨୨୦ କୋଟି କୋକେନ ଜବତ ମାମଲାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ କ୍ରିଉ ମେମ୍ବର ପ୍ରଥମେ ନିଜର ହାତ କାଟିବା ସହ ପରେ ସମୁଦ୍ରକୁ ଡେଇଁପଡିଥିଲେ । ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଜାହାଜରେ କୋକେନ ସ୍ମଗଲିଂ ହେଉଥିବାବେଳେ ସେଥିରୁ କୋଟି କୋଟି ଟଙ୍କା କୋକେନ ଜବତ ହୋଇଥିଲା। ଏହି ମାମଲାରେ ଏବେ କଷ୍ଟମ୍ ବିଭାଗ ତଦନ୍ତ ଜାରି ରଖିଛି। ତେବେ କ୍ରିଉ ମେମ୍ବର କଣ ପାଇଁ ଏପରି କଲେ , ତାହା ସ୍ପଷ୍ଟ ହୋଇନାହିଁ।






More Stories
ମହଣ ମହଣ ସୁନାରେ ସଜେଇ ହେଇଛନ୍ତି ଚତୁର୍ଦ୍ଧାବିଗ୍ରହ….
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..