Report Card Odisha

| Daily Odia News

ପବିତ୍ର ମକର ସଂକ୍ରାନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି | ପୃଥିବୀର ଉତ୍ତର ଗୋଲର୍ଦ୍ଧା ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ଧୀରେ ଧୀରେ ଦିନ ବଢିବା ସହ ରାତି କମିବ । ଭାରତର ସବୁ ରାଜ୍ୟରେ ଏହାକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଏ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ ।ଦକ୍ଷିଣ ଭାରତରେ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରିଥାନ୍ତି| | ଉତ୍ତରପ୍ରଦେଶରେ ଖିଚିଡି ସଂକ୍ରାନ୍ତି | ଉତ୍ତରାଖଣ୍ଡରେ ଉତ୍ତରାୟଣୀ | ଆସାମରେ ମାଘ ବିହୁ | ହରିୟାଣା ରେ ସକରାତ | ବିହାରରେ ଦହି ଚୁରା ବୋଲି କୁହାଯାଇଥାଏ | ଏଭଳି ଭାବରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ନାମରେ ପାଳନ କରାଯାଏ | ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତିରେ ଇଷ୍ଟ ଦେବୀଙ୍କ ଠାରେ ମକର ଚାଉଳ ଭୋଗ ଲାଗି ହେବା ପରେ ସଭିଏଁ ଏହାକୁ ଖାଇଥାନ୍ତି । ନୂତନ ବସ୍ତ୍ର ପରିଧାନ କରି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ କରିବା ପରେ ଘରେ ପ୍ରସ୍ତୁତ ଭଳିକି ଭଳି ପୀଠା ଖାଇବାର ନିଆରା ପରମ୍ପରା ରହିଛି । ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ମଧ୍ୟ ପରମ୍ପରା ରହିଛି ।

Breaking News