ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଦିଲ୍ଲୀ ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରାଇଥିଲା। ସେହି ଅଭିଯୁକ୍ତମାନେ ହେଉଛନ୍ତି ମନୋରଞ୍ଜନ ଡି., ସାଗର ଶର୍ମା, ଲଳିତ ଝା, ଅମୋଲ୍ ସିନ୍ଦେ, ମହେଶ କୁମାୱତ୍ ଏବଂ ନିଲମ୍ ଆଜାଦ। ଏହି ମାମଲାରେ ପୋଲିସ ସେମାନଙ୍କୁ ପଚରା ଉଚରା କରୁଥିଲା। ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ହରଦୀପ କୌର୍ ଅଭିଯୁକ୍ତମାନଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ୍କୁ ପଠାଇଛନ୍ତି। ବିଚାର ବିଭାଗୀୟ ହାଜତ୍କୁ ପଠାଇବା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..