ରିପୋର୍ଟ କାର୍ଡ / ଭୁବନେଶ୍ବର
ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମାତ୍ର ଗୋଟିଏ ଦିନ। ଅଙ୍କାରରୋପଣ ଓ ଅଙ୍କୂରପୂଜନ ପରେ ସୋମବାର ଯଜ୍ଞ ଆରମ୍ଭ ହୋଇଛି। ସଂପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ସେପଟେ ପଞ୍ଚ ମହାଦେବ ଓ ଅନ୍ୟ ଦେବଦେବୀ ପୀଠରେ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନାର ବ୍ୟାପକ ଆୟୋଜନ କରାଯାଇଛି। ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି | ଦୀପ ଜାଳି ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ | ମୁଖ୍ୟମନ୍ତ୍ରୀ କହିଛନ୍ତି ”ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ, ଆମର ସୌଭାଗ୍ୟ ଏହି ଉତ୍ସବରେ ସାମିଲ ହେବୁ। ଜଗନ୍ନାଥଙ୍କ ବିନା ପତ୍ରଟିଏ ବି ହଲିବନି। ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ।” ଆହୁରି ମଧ୍ୟ ୧୭ ତାରିଖରେ ଦୀପ ଜାଳି, ଘଣ୍ଟ ବାଡ଼େଇ କୀର୍ତ୍ତନ କରିବାକୁ ନିବେଦନ କରିଛନ୍ତି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ସରକାରୀ ଗାଡିର ତେଲ ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ଟଙ୍କା…..
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..