ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଏବଂ ମୁମ୍ବଇ ବିମାନବନ୍ଦରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନିକଟରେ ମୁମ୍ବଇ ବିମାନବନ୍ଦରର ରନୱେରେ ଯାତ୍ରୀଙ୍କ ଖାଦ୍ୟ ଖାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି | ସରକାରୀ ଖବର ଅନୁଯାୟୀ -କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ମଧ୍ୟରାତ୍ରିରେ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହାପରେ ମନ୍ତ୍ରଣାଳୟ ଅଧୀନରେ ଥିବା ବେସାମରିକ ବିମାନ ଚଳାଚଳ ସୁରକ୍ଷା(ବିସିଏଏସ୍) ଏହି ନୋଟିସ୍ ଜାରି କରିଛି। ମୁମ୍ବଇ ବିମାନବନ୍ଦରର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା, ଯେଉଁଥିରେ ଅନେକ ଲୋକ ବିମାନ ବିଳମ୍ବ କାରଣରୁ ବିମାନ ନିକଟରେ ରନୱେରେ ବସି ରାତ୍ରୀ ଭୋଜନ କରୁଥିଲେ। ଜଣେ ୟୁଜର ‘ଏକ୍ସ’ରେ ଏହି ଭିଡିଓ ପୋଷ୍ଟ କରି ଲେଖିଥିଲେ ଯେ, ବିମାନ ସେବା କମ୍ପାନୀ ଇଣ୍ଡିଗୋର ଏହି ଯାତ୍ରୀମାନେ, ଯେଉଁମାନଙ୍କର ଗୋଆରୁ ଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ବିମାନ ଗତି ପରିବର୍ତ୍ତନ କରି ମୁମ୍ବଇ ଯାଇଥିଲା, ସେମାନେ ବିମାନର ଠିକ୍ ନିକଟରେ ଭୂମିରେ ବସି ରାତ୍ରୀ ଭୋଜନ କରୁଛନ୍ତି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ଛଅ ପ୍ରମୁଖ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ…..
ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ…..