ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ କଂଗ୍ରେସକୁ ଫେରୁଛନ୍ତି । ଆସନ୍ତାକାଲି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ। ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିବେ ବୋଲି ସୂଚନା ମିଳିଛି । ପିସିସି ସୂତ୍ରରୁ ଜଣାପଡ଼ିଛି ଯେ, ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ।






More Stories
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..