Report Card Odisha

| Daily Odia News

ସିଂହଦ୍ୱାର ସମ୍ମୁଖରେ ମହିଳାଙ୍କ ମୁତ୍ୟୁ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଜଣେ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି | ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ପରିକ୍ରମା ପ୍ରକଳ୍ପ ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ସିଂହଦ୍ୱାର ନିକଟରେ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ । ପରେ ଅଚେତ ହୋଇପଡି ରହିଥିବା ବ୍ରହ୍ମପୁର ବୋରିଗାଁ ଅଂଚଳର ଜଣେ ଶ୍ରଦ୍ଧାଳୁ ଶ୍ରୀକାନ୍ତୁ ସାହୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ଫାଣ୍ଡି ପୋଲିସ ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାକୁ ଜଣାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହିତ ଭିଡ଼ ମଧ୍ୟରେ ଠେଲାପେଲାରେ ଜଣେ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ଜଣକ ଛତିଶଗଡର ସୁକଲତା ବାରିକ ବୋଲି ଜଣାପଡିଚନ୍ତି |

Breaking News