ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଧାରଣ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ କହିସାରିଛି । ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ। ଏପରିକି ମୁର୍ଶିଦାବାଦ ଜିଲ୍ଲା ବ୍ରହ୍ମପୁର ଆସନରୁ ସାଂସଦ ଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଆସନରେ ମଧ୍ୟ ଟିଏମ୍ସି ପ୍ରାର୍ଥୀ ଦେବ କହିବା ପରି ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି | ଏହାକୁ କଡ଼ା ଜବାବ ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ତଥା ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ମୁର୍ଶିଦାବାଦ ଲୋକସଭା ଆସନରୁ ଅଧୀର ରଞ୍ଜନ ଚୌଧୁରୀ ୧୯୯୯ରୁ ବିଜୟୀ ହୋଇ ଆସୁଥିବା ବେଳେ ସେଠାରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍ର ସଦସ୍ୟ ଥାଇ ସୁଦ୍ଧା ତୃଣମୂଳ କଂଗ୍ରେସ ଏଭଳି ବିଚାର କରୁଥିବା ବେଳେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କିଛି ଫରକ ପଡ଼ିବ ନାହିଁ। ସେ କହିଛନ୍ତି, ଯଦି କେହି ଭାବୁଛନ୍ତି ମୁଁ ଏକ କାରକ ନୁହଁ, ତା’ହେଲେ ଠିକ୍ ଅଛି। ମୁଁ କାହାକୁ ଖାତିର କରେନି। ଆମ ନେତାମାନେ ସବୁ କହି ସାରିଛନ୍ତି। ମୁଁ ଲଢ଼େଇ କରି ଓ ବିଜୟୀ ହୋଇ ଆଜି ଏହି ସ୍ଥାନରେ ପହଞ୍ଚିଛି। କେମିତି ଲଢ଼ିବାକୁ ହୁଏ ଓ କେମିତି ଜିତିବାକୁ ହୁଏ, ଆମକୁ ଜଣା।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……