ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୩ ବର୍ଷ ପାଇଁ ରାଜ୍ୟ ପୋଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨ ଆଇଜିଙ୍କ ସମେତ ୨୦ ପୋଲିସ ଅଧିକାରୀ ରାଜ୍ୟପାଳ ପଦକ ପାଇବେ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ , ଗଞ୍ଜାମ ଏସପି ଜଗମୋହନ ମୀନା, ସମ୍ବଲପୁର ଏସପି ମୁକେଶ ଭାମୁ ଙ୍କୁ ମେଡାଲ ଦିଆଯିବ । ଆଇଜି ପାହ୍ୟାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ମନୋନୀତ ହୋଇଛନ୍ତି। ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୋ ମନୋନୀତ ହୋଇଥିବାବେଳେ ଡିଏସପି ପାହ୍ୟାରେ ଉଦୟଭାନୁ ମିଶ୍ର ଓ ମାନସ ଗଡ଼ନାୟକଙ୍କୁ ମନୋନୀତ କରାଯାଇଛି। ଅନିଲା ଆନନ୍ଦ, ସବ୍ୟସାଚୀ ମଲ୍ଲ, ହେମାମାଳିନୀ ନାୟକଙ୍କୁ ଆଇଆଇସି ପାହ୍ୟା ମିଳିବ। ସେହିପରି ବିପିଏସପିର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ଏବଂ ଏସିପି ମାନସ ଗଡ଼ନାୟକଙ୍କୁ ମଧ୍ୟ ରାଜ୍ୟପାଳ ପଦକ ପୁରସ୍କାର ମିଳିବ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..