ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଜଟଣୀ ମୁଣ୍ଡିଆ ସାହିର ନିଶା ବେପାରୀ ଶିବ ପ୍ରସାଦ ଦାସଙ୍କର ୭୪ଲକ୍ଷ ୭୫ ହାଜର ଟଙ୍କା ବାଜ୍ୟାପ୍ତ କରିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ୨୦୨୨ ଜାନୁଆରୀ ୨୫ ତାରିଖରେ ଶିବ ପ୍ରସାଦ ଦାସକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା । ଗିରଫ ବେଳେ ତା’ ଠାରୁ ୬୫ ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଥିଲା। ତା’ ସହିତ ୩ କେଜି ବ୍ରାଉନ୍ସୁଗର, ୩ଟି ବନ୍ଧୁକ ଓ ୭ଟି ମାଗାଜିନ୍ ଜବତ କରାଯାଇଥିଲା। ଜବତ ୬୫ ଲକ୍ଷ ୩୨ ହଜାର ଟଙ୍କା ସହିତ ଶିବ ପ୍ରସାଦ ଦାସର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିବା ପାଇଁ କୋର୍ଟକୁ ଯାଇଥିଲା ଏସ୍ଟିଏଫ୍। କୋର୍ଟ ଏବେ ଏହି ଟଙ୍କା ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ।






More Stories
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..
୩୦ ଯାଏଁ ବର୍ଷୀବ…..