ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟଙ୍କର ଦୀର୍ଘ ପ୍ରାୟ ୫୦୦ ବର୍ଷର ଏକ ବଡ ସ୍ବପ୍ନ ସାକାର ହେବାକୁ ଯାଉଛି। ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିର ଆଜି ପ୍ରତିଷ୍ଠା ହେବ। ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି। ନୂଆବହୂ ପରି ସଜେଇ ହେଇଛି ପୁରା ଅଯୋଧ୍ୟା ନଗରୀ | ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସବୁଠି ରାମନାମ ଗୁଞ୍ଜରିତ | ଦେଶର ସମସ୍ତ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନଭାବେ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କରିବେ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟଗୋପାଳ ଦାସ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ଏହି ପ୍ରତିଷ୍ଠା ଉତ୍ସବ ନିମନ୍ତେ ଗତ ମଙ୍ଗଳବାର ଠାରୁ ବିଭିନ୍ନ ପ୍ରକାର ପୂଜାବିଧି ଓ ହୋମ ଯଜ୍ଞ ଚାଲିଛି। ଏହି ପୂଜାପାଠରେ ୧୨୧ ଜଣ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି। ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାର୍ଯ୍ୟକ୍ରମ ସୋମବାର ଅପରାହ୍ଣ ୧୨ଟା ୨୦ରୁ ଅପରାହ୍ଣ ୧ଟା ମଧ୍ୟରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ୧୧ଟା ୩୦ରେ ଅତିଥିମାନଙ୍କର ଆଗମନ ହେବ। କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ଉଦ୍ବୋଧନ ଦେବେ। ପରେ ସାଧୁସନ୍ଥ ଓ ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥିମାନେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିବେ। ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଏହି ଭବ୍ୟ ଉତ୍ସବରେ ଯୋଗ ଦେବା ଲାଗି ଦେଶ ବିଦେଶରୁ ହଜାର ହଜାର ସାଧୁ ସନ୍ଥ, ପଣ୍ଡିତ, ଅତିଥି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଥିପାଇଁ ମନ୍ଦିର ନିର୍ମାଣ କମିଟି, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ବିଶ୍ବ ହିନ୍ଦୁ ପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……