Report Card Odisha

| Daily Odia News

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେନି ଆଡଭାନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ବରିଷ୍ଠ ବିଜେପି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ | ସୂଚନା ଅନୁସାରେ- ଭୀଷଣ ଥଣ୍ଡା ପାଗ ହେତୁ ଏଲ.କେ ଆଡଭାନୀ ତାଙ୍କର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନଗରୀରେ ରାମ ମନ୍ଦିର ଆନ୍ଦୋଳନରେ ସେ ଥିଲେ ପ୍ରମୁଖ ନେତା। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀରାମ ସହର ଅଯୋଧ୍ୟା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ବହୁ ପ୍ରତୀକ୍ଷିତ ଏହି ସମାରୋହର ଧାର୍ମିକ ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ। ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲାଲାର ମୂର୍ତ୍ତିର ‘ପ୍ରାଣ ପ୍ରତିଷ୍ଠା’ ହେଉଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ଆଧ୍ୟାତ୍ମିକ ତଥା ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧୀ, ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

Breaking News