ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ସନ୍ଥ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ବତାଦ୍ରବା ଥାନ ମନ୍ଦିରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆଜି କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି। ସମ୍ପ୍ରତି ରାହୁଲ୍ ଗାନ୍ଧୀ ଆସାମରେ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ କରୁଛନ୍ତି। କିନ୍ତୁ, ତାଙ୍କୁ ବତାଦ୍ରବା ଥାନ ଦର୍ଶନ କରିବାକୁ ଅନୁମତି ମିଳିଲା ନାହିଁ ବୋଲି ରାହୁଲ୍ ଅଭିଯୋଗ କରିଛନ୍ତି। କିନ୍ତୁ, ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ, ସେମାନେ ଜଣେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେଇଥିଲେ। ନିଉଜ୍ ଏଜେନ୍ସି ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି, ତାଙ୍କୁ ଅଟକା ଯିବାର କାରଣ ସଂକ୍ରାନ୍ତରେ ରାହୁଲ୍ ଗାନ୍ଧୀ ସୁରକ୍ଷା କର୍ମୀଙ୍କୁ ପଚାରୁଛନ୍ତି। ସୂଚନାଯୋଗ୍ୟ, ସନ୍ଥ ଶ୍ରୀମନ୍ତ ଶଙ୍କରଦେବ ଥିଲେ ଆସାମର ସମାଜ ସଂସ୍କାରକ। କଂଗ୍ରେସ ନେତା ରାହୁଲ୍ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଆସାମର ନାଗାଓଁ ଜିଲ୍ଲା ଅନ୍ତର୍ଗତ ବୋର୍ଦୋୱା ସାତ୍ର ଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ପ୍ରବେଶାନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି। ରାହୁଲ୍ ଗାନ୍ଧୀ କହିଲେ, ଆମେ ମନ୍ଦିର ଦର୍ଶନ କରିବାକୁ ଚାହୁଁଛୁ। ମୁଁ କି ଅପରାଧ କରିଛି ଯେ, ମନ୍ଦିର ଦର୍ଶନ କରିପାରିବି ନାହିଁ? ଆମେ ସମସ୍ୟା ସୃଷ୍ଟି କରିବାକୁ ଚାହୁଁନାହୁଁ। ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛୁ।
କିନ୍ତୁ, କିଏ ମନ୍ଦିର ଦର୍ଶନ କରିପାରିବେ, ଏ କଥା ଏବେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିର କରିବେ। ଏବେ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାହୁଲ୍ କହିଛନ୍ତି।






More Stories
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..