ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାରେ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜମିଛି ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭୋର ୩ଟାରୁ ରାମଙ୍କ ଦର୍ଶନ ପାଇଁ ଲୋକ ଭିଡ ଜମାଇଛନ୍ତି। ମନ୍ଦିର ଖୋଲିବା ମାତ୍ରାରେ ହିଁ ଭଗବାନଙ୍କ ଦର୍ଶନ କରିବା ପାଇଁ ଲୋକେ ଆତୁର ହୋଇପଡିଛନ୍ତି। ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଯାଏଁ ଭକ୍ତମାନେ ଦର୍ଶନ କରିଥିଲେ। ତେବେ ୨ଟାରେ ପୁଣି ଥରେ ମନ୍ଦିର ଖୋଲିଥିଲା। ଏହାପରେ ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ଅସମ୍ଭବ ହୋଇପଡିଛି। ଲୋକ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଫଳରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଛି। ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ମଧ୍ୟ ମୁତୟନ କରାଯାଇଛି। ସେପଟେ ସ୍ଥିତି ବିଗୁଡୁଥିବା ଦେଖି ପୋଲିସ କମିଶନର, ଆଇଜି ଓ ଏଡିଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲାଉଡସ୍ପିକର ଜରିଆରେ ଭକ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରାଯାଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……