ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି | ଏହାକୁ ଚ୍ୟାଲେଞ୍ଜକରି ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ହେମନ୍ତ । ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ସୋରେନ୍ଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ସିବଲ କୋର୍ଟଙ୍କୁ କହିଛନ୍ତି ଯେ ସେମାନେ ଝାରଖଣ୍ଡ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରୁଛନ୍ତି। ତେବେ ସୋରେନ୍ଙ୍କର ଏହି ଆବେଦନକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, “ଇଡି ଦ୍ୱାରା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି, ସମସ୍ତେ ସୁପ୍ରିମକୋର୍ଟକୁ ଆସିପାରିବେ ନାହିଁ।’’ ସଲିସିଟର ଜେନେରାଲଙ୍କୁ ଜବାବ ଦେଇ ସିବଲ କହିଛନ୍ତି, ‘‘ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଗିରଫ କରାଯିବ।’’ ଜମି ଠକେଇ ମାମଲାରେ ଇଡି ସାତ ଘଣ୍ଟାରୁ ଅଧିକ ସମୟ ଧରି ସୋରେନଙ୍କୁ ପଚରାଉଚରା କରି ଗିରଫ କରିଥିଲା। ଗିରଫ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ‘‘ମୁଁ ମୁଣ୍ଡ ନୁଆଁଇବି ନାହିଁ। ସତ୍ୟ ସର୍ବଦା ଜିତିବ।’’






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..