ରିପୋର୍ଟ କାର୍ଡ / କଟକ
ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି ହୋଇଛି । ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ପୂର୍ବରୁ ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଅବଧି ଚଳିତ ବର୍ଷ ଜାନୁଆରୀ ୧୭ ଯାଏଁ ବୃଦ୍ଧି କରିଥିଲେ। ପୂର୍ବରୁ ସାଲେପୁର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ପୂର୍ବତନ ଆଇନ ମନ୍ତ୍ରୀଙ୍କ ଆବେଦନକୁ ଜାନୁଆରୀ ୧୭ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ବିଧାୟକ ଶ୍ରୀ ଜେନା ତାଙ୍କ ଆବେଦନପତ୍ରରେ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଆଦେଶର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..