ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେଲ ଯାଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତଙ୍କୁ ଗିରଫ କରାଯିବା ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ. ଏମ. ସୁନ୍ଦରେଶ ଓ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ସକାଳ ସାଢ଼େ ୧୦ଟାରେ ଏହି ମାମଲାର ଶୁଣାଣି କରିବେ । ଇଡିର ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଏହା ବ୍ୟତୀତ ସ୍ୱତନ୍ତ୍ର ଇଡ଼ି କୋର୍ଟରେ ହେମନ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରାଯାଇପାରେ। ଗତ ଗୁରୁବାର ଇଡି ହେମନ୍ତ ସୋରେନଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା। ଏହାର ନିଷ୍ପତି ସଂରକ୍ଷିତ ରଖାଯାଇଛି।






More Stories
ରବର୍ଟ ଭଦ୍ରାଙ୍କୁ ଜାମିନ…..
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..