ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚିଲିରେ ଜଙ୍ଗଲରେ ନିଆଁ ଲାଗି ମୃତ୍ୟୁସଂଖ୍ୟା ୧୧୨ କୁ ବୃଦ୍ଧି ହୋଇଥିବା ବେଳେ ଅନେକ ଲୋକ ନିଖୋଜ ସୂଚନା ମିଳୁଛି | ବନାଗ୍ନି ଯୋଗୁଁ ଦେଶ ଆହୁରି ଅଧିକ ବିପତ୍ତିର ସମ୍ମୁଖୀନ ହେବ ବୋଲି ମଧ୍ୟ ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ସତର୍କ କରାଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍ ମାର୍ ଓ ଭାଲ୍ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି। ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି। ଡ୍ରୋନ୍ଦ୍ବାରା ‘ରଏଟର୍ସ’ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ଭିନା ଡେଲ୍ ମାର୍ ଅଞ୍ଚଳ ନିଆଁ ତାପରେ ଉତ୍ତପ୍ତ ହୋଇଯାଇଛି। ବାସିନ୍ଦାମାନେ ପୋଡ଼ି ପାଉଁଶ ହୋଇଯାଇଥିବା ଘରୁ ଜିନିପତ୍ର ଖୋଜାଖୋଜି କରୁଛନ୍ତି। ରାସ୍ତାରେ ଗାଡ଼ିମୋଟର ସବୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି। ଆକାଶରୁ ହେଲିକପ୍ଟର୍ ପାଣି ପକାଉଥିବା ବେଳେ ଦମକଳ ବାହିନୀକୁ ସହଯୋଗ କରିବା ଲାଗି ସେନାବାହିନୀ ମଧ୍ୟ ସେ ଅଞ୍ଚଳରେ ପହଞ୍ଚିଛି। ବନାଗ୍ନିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରଖାଯାଇ ଆଜି ଓ ଆଗାମୀକାଲି ଜାତୀୟ ଶୋକ ପାଳନ କରାଯିବ ବୋଲି ଚିଲିର ରାଷ୍ଟ୍ରପତି ଘୋଷଣା କରିଥିଲେ |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……