ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ଆଜି ସିରିଜ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଆଉ ୩ଟି ଟ୍ରକ ଏଵଂ ୪ଟି ବାଇକକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଏକ ଲୁହାପଥର ବୋଝେଇ ଟ୍ରକ୍ କଲିକତା ଅଭିମୁଖେ ଯାଉଥିଲା। ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତରଙ୍କ ପରିଚୟ ମିଳିନଥିବାବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଟାଉନ ଥାନା ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।






More Stories
୩୦ ଯାଏଁ ବର୍ଷୀବ…..
ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା…..
ସିଂହଦ୍ବାର ସମ୍ମୁଖରେ ତିନି ରଥ,ଆଜି ସୁନା ବେଶ…..