ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିଲେ ନାହିଁ । ତାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ। ପ୍ରକୃତରେ ଆଜି ତଥା ଫେବ୍ରୁଆରୀ ୫ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପାଇଁ ସଞ୍ଜୟ ସିଂହ କୋର୍ଟରୁ ଅନୁମତି ଆଣିଥିଲେ। ସେ ଆଜି ଶପଥ ନେବା ପାଇଁ ରାଜ୍ୟସଭା ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କୁ ସାଂସଦ ଭାବେ ଶପଥ ନେବା ପାଇଁ ଅନୁମତି ଦେଇ ନାହାନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ କହିବା ମୁତାବକ, ସଞ୍ଜୟ ସିଂହଙ୍କ ମାମଲା ବର୍ତ୍ତମାନ ବିଶେଷାଧିକାର କମିଟି ପାଖରେ ବିଚାରାଧୀନ ରହିଛି। ତେଣୁ ଏହି କାରଣରୁ ତାଙ୍କୁ ଶପଥ ନେବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..