ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ପିଲାମାନଙ୍କୁ ବ୍ୟବହାର ନ କରିବାକୁ ନିର୍ବାଚନ ଆୟୋଗ ଦଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟର ଓ ପାମ୍ଫଲେଟ୍ ସମେତ କୌଣସି ପ୍ରଚାର ସାମଗ୍ରୀରେ ପିଲାଙ୍କୁ କୌଣସି ରୂପରେ ବ୍ୟବହାର ନକରିବାକୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟା ସମୟରେ ଯେକୌଣସି ଉପାୟରେ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ପିଲାଙ୍କ ବ୍ୟବହାର ବିରୋଧରେ ନିର୍ବାଚନ ଆୟୋଗ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି । ଆୟୋଗ କହିଛନ୍ତି ଯେ ନେତା ଓ ପ୍ରାର୍ଥୀମାନେ ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ, ସେ ଗାଡିରେ ହେଉ କିମ୍ବା ରାଲିରେ । କବିତା, ଗୀତ, କଥିତ ଶବ୍ଦ, ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଚିହ୍ନ ପ୍ରଦର୍ଶନ ଭଳି ଯେକୌଣସି ଉପାୟରେ ରାଜନୈତିକ ପ୍ରଚାର ପାଇଁ ପିଲାଙ୍କ ବ୍ୟବହାର ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ ବୋଲି ଆୟୋଗ ଏକ ବିବୃତିରେ କହିଛନ୍ତି। ଆୟୋଗଙ୍କ ଏହି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ବେଳେ ବାଜୁଥିବା ଗୀତ, ଭିଡିଓଗୁଡ଼ିକ ଗାଇବା ଓ ଅଭିନୟ ପାଇଁ ଶିଶୁ କଳାକାରମାନଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ।






More Stories
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……