Report Card Odisha

| Daily Odia News

ମୋଦୀ ଓବିସି ନୁହଁନ୍ତି, ସାଧାରଣ ବର୍ଗର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ଝାରସୁଗୁଡା 

ଓଡିଶା ଝାରସୁଗୁଡାରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ରହିଛି। ଆଜି ରାହୁଲ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାତି ବିଷୟରେ ମିଥ୍ୟା କହିଛନ୍ତି ବୋଲି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ସାଧାରଣ ବର୍ଗର, ସେ ଅନ୍ୟ ପଛୁଆ ବର୍ଗ (ଓବିସି) ନୁହଁନ୍ତି ବୋଲି ରାହୁଲ ଦାବି କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ପିଏମ ମୋଦୀ ଓବିସି ବର୍ଗରେ ଜନ୍ମ ହୋଇନାହାଁନ୍ତି। ସେ ଗୁଜରାଟର ତେଲି ଜାତିରେ ଜନ୍ମ ହୋଇଥିଲେ।ସେ ଅଭିଯୋଗ କରିଛନ୍ତି କି ‘‘୨୦୦୦ ମସିହାରେ ବିଜେପି ଦ୍ୱାରା ତେଲି ସମ୍ପ୍ରଦାୟକୁ ଓବିସିର ଟ୍ୟାଗ୍ ଦିଆଯାଇଥିଲା। ସେ ସାଧାରଣ ବର୍ଗରେ ଜନ୍ମ ହୋଇଥିଲେ।” ରାହୁଲ ଗାନ୍ଧୀ ଯାତ୍ରା ସମୟରେ କହିଛନ୍ତି ଯେ ମୋଦୀ ଜାତି ଜନଗଣନାକୁ ତାଙ୍କ ସାରା ଜୀବନରେ କରିବାକୁ ଦେବେ ନାହିଁ। କାରଣ ସେ ଓବିସିରେ ଜନ୍ମ ହୋଇନଥିଲେ, ସେ ସାଧାରଣ ବର୍ଗରେ ଜନ୍ମ ହୋଇଥିଲେ। ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ପଡୋଶୀ ଓଡ଼ିଶାରୁ ଛତିଶଗଡରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି।

 

 

 

 

 

Breaking News