Report Card Odisha

| Daily Odia News

୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାରେ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ନିର୍ବାଚନ ପୂର୍ବରୁ  କାମଚଳା ବଜେଟ ଆଗତ କରିଛନ୍ତି।  ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି ।  ସେଥିରୁ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ ହୋଇଛି | ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ରହିଛି, ଜାତୀୟ ହାରଠାରୁ ୧% ଅଧିକ ରହିଛି | ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ | ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ ବ୍ୟବସ୍ଥା | ଆଗାମୀ ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ| ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ| ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ| ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା | ଓଡ଼ିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ| କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ | ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି | ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ | ୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି |ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପ ପାଇଁ ୭ଶହ କୋଟିର ବ୍ୟବସ୍ଥା | ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି | ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍‌ ଚଳାଚଳ କରିବାକୁ ଲକ୍ଷ୍ୟ | ଲକ୍ଷ୍ମୀ ଯୋଜନାରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ | ୨୦୨୩-୨୪ରେ ରାଜସ୍ବ ବଳକା ପରିମାଣ ୨୨ ହଜାର ୪୧୧ କୋଟି ଆକଳନ | ମୋଟ ରାଜସ୍ବ ଆୟ ୧ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଆକଳନ | ମୋଟ ରାଜସ୍ବ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଆକଳନ | ସଂଶୋଧିତ ଆକଳନ ଅନୁସାରେ ୨୨, ୪୧୧ କୋଟି ରାଜସ୍ବ ବଳକା | ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ରହିବା ଆକଳନ | ପେନସନ୍‌, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର ୫ ଶହ କୋଟି | ମୋଟ କାର୍ଯ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ ୪୦ ହଜାର କୋଟି |

 

Breaking News