ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରକାଶ ପାଇବ ପାକିସ୍ତାନର ନିର୍ବାଚନ ଫଳାଫଳ | ଗତକାଲି ହିଂସାକାଣ୍ଡ ଭିତରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଥିଲା । ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି । ହେଲେ ଫଳାଫଳ ପ୍ରକାଶରେ ଏଥର ବିଳମ୍ବ ହେଉଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶେଷ ଖବର ସୁଦ୍ଧା ୨୬୫ ଆସନ ମଧ୍ୟରୁ ୧୩୮ ଆସନର ଗଣତି ଚାଲିଛି । ସେଥିମଧ୍ୟରୁ ୮୨ଟି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି । ସେହିପରି ୩୫ ଆସନରେ ଆଗୁଆ ଅଛନ୍ତି ନୱାଜ ସରିଫଙ୍କ ପିଏମଏଲଏନ ପାର୍ଟିର ପ୍ରାର୍ଥୀ । ବିଲାଓକ୍ୱଲ ଭୁଟୋଙ୍କ ପାର୍ଟି ପାକିସ୍ତାନ ପିପୁଲ୍ସ ପାର୍ଟିର ୧୭ ପ୍ରାର୍ଥୀ ଭୋଟ ଗଣତିରେ ଆଗୁଆ ଥିବା ସୂଚନା ମିଳିଛି । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ୨୬୬ ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇ ନ୍ୟାସନାଲ ଆସେମ୍ବଲିକୁ ଆସନ୍ତି । ବାକି ୭୦ ସାଂସଦ ଆସନ ସଂରକ୍ଷିତ । ମହିଳାଙ୍କ ପାଇଁ ୬୦ ଆସନ ସଂରକ୍ଷିତ ଓ ଅଣମୁସଲିମଙ୍କ ପାଇଁ ୧୦ଟି ସିଟ ରିଜର୍ଭେସନ ରହିଛି । ତେଣୁ ମୋଟ ୨୬୬ ଆସନ ପାଇଁ ନିର୍ବାଚନ ହେଉଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୪ ସିଟ ଆବଶ୍ୟକ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..