ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଠାରେ ଘଟିଥିବା ଗଣଦୁଷ୍କର୍ମ, ହତ୍ୟା ଓ ଜମି ହଡ଼ପ ମାମଲାର ସିବିଆଇ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଏକ ଜନସ୍ବାର୍ଥ ମାମଲା କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ବିଭି ନାଗରତ୍ନା ଓ ଅଗଷ୍ଟାଇନ୍ ଜର୍ଜ ମାସି କହିଛନ୍ତି ଯେ କଲିକତା ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ସ୍ବତଃସ୍ଫୂର୍ତ୍ତ ହସ୍ତକ୍ଷେପ କରିଛନ୍ତି। ଏଣୁ ଏହାର ଦ୍ବୈତ ଫୋରମରେ ଶୁଣାଣି ହୋଇପାରିବ ନାହିଁ। ହାଇକୋର୍ଟ କ’ଣ ପଦକ୍ଷେପ ନେଉଛନ୍ତି ଦେଖାଯାଉ। ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଆଇନଜୀବୀ ଅଲାଖ ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ କଲିକତା ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପିଆଇଏଲ୍କୁ ଗ୍ରହଣ କଲେ ନାହିଁ ବରଂ ସେଠାରେ ଏହାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..