ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡିଆରୁ ୨୬୨ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ ହୋଇଛି। ଘଟଣାରେ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଟାଉନ୍ ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଖୋର୍ଦ୍ଧା ସବ୍ଜେଲରୁ ଏହି ବେପାର ଅପରେଟ୍ ହେଉଥିବା ନେଇ ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି। ବ୍ରାଉନ୍ ସୁଗାର ସହ ଗୋଟିଏ ସ୍କର୍ପିଓ ଗାଡି, ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି କାରବାରରେ ଆଉ କିଏ କିଏ ସାମିଲ୍ ରହିଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….