Report Card Odisha

| Daily Odia News

ଚାଷୀ ଆନ୍ଦୋଳନ: ଗଲାଣି ୩ ପୋଲିସ ଅଧିକାରୀଙ୍କ ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାଷୀ ଆନ୍ଦୋଳନ ନେଇ ପଂଜାବ-ହରିୟାଣା ସୀମାରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ୩ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହେଲାଣି। ପୂର୍ବରୁ ଜଣେଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଆଉ ଜଣେ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ସୀମାରେ ନିୟୋଜିତ ହରିୟାଣାପୋଲିସର ସବ୍‌-ଇନ୍ସପେକ୍ଟର ବିଜୟ କୁମାରଙ୍କ ସ୍ବାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବିଜୟ ତୋହାନା ସୀମାରେ ଡ୍ୟୁଟିରେ ଥିଲେ। ବିଜୟଙ୍କୁ ତୁରନ୍ତ ପୋଲିସ କର୍ମୀମାନେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖ ଯୋଗ୍ୟ-ଏହାର ପୂର୍ବରୁ ହରିୟାଣ ପୋଲିସ ଜଣେ ସବ୍‌ଇନ୍ସପେକ୍ଟର ହୀରାଲାଲ ମଧ୍ୟ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ ୨୦ ତାରିଖରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଏଏସ୍‌ଆଇ କୌଶଳ କୁମାରଙ୍କର ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିଲା।

Breaking News