ରିପୋର୍ଟ କାର୍ଡ / ଗଞ୍ଜାମ
ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁ ପାଞ୍ଚ ମାସ ଶିଶୁର ମୃତ୍ୟୁ ହୋଇଛି । ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁସାରେ- ଗତକାଲି ସକାଳେ ପାଞ୍ଚ ମାସର ଶିଶୁଟିକୁ ପରିବାର ଲୋକେ ଟିକା ଦେବା ପାଇଁ ବୁଗୁଡା ମେଡିକାଲକୁ ଆଣିଥିଲେ। ଟିକା ଗ୍ରହଣ କରି ଶିଶୁଟି ଘରକୁ ଫେରିଥିଲା। ବିଳମ୍ବିତ ରାତିରେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ବୁଗୁଡା ମେଡିକାଲକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..