Report Card Odisha

| Daily Odia News

ସତ୍ୟପାଲ ମଲ୍ଲିକଙ୍କ ଘରରେ ସିବିଆଇ ଚଢ଼ାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀସ୍ଥିତ ଘରେ ଓ ଅଫିସ୍‌ରେ ସିବିଆଇ ଚଢ଼ାଉ ‌ହୋଇଛି। ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ରହିଛି। ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ଚଢ଼ାଉ କରିଛି। ଦିଲ୍ଲୀ ବ୍ୟତୀତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ସିବିଆଇ ଚଢ଼ାଉ ହୋଇଥିବା ଜାଣିବାକୁ ମିଳିଛି। ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଦୁର୍ନୀତି ପାଇଁ ସତ୍ୟପାଲ ମଲ୍ଲିକଙ୍କ ନାମରେ  ମାମଲା ରହିଥିଲା । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘‘ଗତ ୩-୪ ଦିନ ହେଲା ମୁଁ ଅସୁସ୍ଥ ଅଛି, ଆଉ ହସ୍ପିଟାଲରେ ଭର୍ତ୍ତି ହେଇଛି । ତା ସତ୍ତ୍ବେ ବି ସରକାର ଏଜେନ୍ସି ଚଢ଼ାଉ କରୁଛି । ମୋ ଡ୍ରାଇଭର, ସହାୟକଙ୍କୁ ମଧ୍ୟ ବିନା କାରଣରେ ହଇରାଣ କରାଯାଉଛି । ମୁଁ ଜଣେ ଚାଷୀଙ୍କ ପୁଅ, ମୁଁ କେବେ ବି ଡରିବିନି।’’

 

Breaking News