ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍-କଂଗ୍ରେସ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍ ସେୟାରିଂ ଶେଷ ହୋଇଛି। ଏବେ ପରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜୁରାଟ, ଆସାମ ଏବଂ ହରିଆଣାର ଆସନ ଉପରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆଲୋଚନା ପ୍ରାୟ ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିପାରେ। ସୂତ୍ର ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ତିନୋଟି ସିଟ୍ ଉତ୍ତର ପୂର୍ବ, ଚାନ୍ଦନୀ ଚୌକ୍ ଏବଂ ପୂର୍ବ ଦିଲ୍ଲୀ କଂଗ୍ରେସକୁ ଦିଆଯାଇଛି। ସେହିପରି ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୨ଟି ସିଟ୍ ଦେଇଥିବା ବେଳେ ହରିଆଣା ଏବଂ ଆସାମରେ ଗୋଟିଏ ଲେଖାଏଁ ସିଟ୍ ଦେଇଛି। ଖୁବଶୀଘ୍ର ଏନେଇ ଅଧିକାରୀକ ରୂପେ ଘୋଷଣା ହୋଇପାରେ। ଅନ୍ୟପକ୍ଷରେ ପଞ୍ଜାବରେ ଆପୋଷ ସହମତିରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପୃଥକ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ମଧ୍ୟରେ କୌଣସି ମତଭେଦ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପୂର୍ବରୁ କହିଥିଲେ।






More Stories
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..