ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନରେ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ରାଜନେତା। ନିର୍ବାଚନ ସମୟରେ ଭୋଟ୍ ପାଇବା ଆଶାରେ ଭୋଟରଙ୍କ ମଧ୍ୟରେ ଲାପଟପ୍, ଟାବଲେଟ୍ ଏବଂ ସାଇକେଲ୍ ଭଳି ଜିନିଷ ବଣ୍ଟନ କରିବା ରାଜନୈତିକ ଦଳର ଏକ ସାଧାରଣ କଥା। କିନ୍ତୁ ଅନ୍ଧ୍ରପ୍ରଦେଶରେ ଦୁଇ ରାନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣ୍ଟୁଛନ୍ତି କଣ୍ଡୋମ। ଏହାକୁ ନେଇ ବିବାଦ ଦେଖା ଦେଇଛି। ଉଭୟ ଶାସକ ଦଳ YSR କଂଗ୍ରେସ ଓ ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟିର(ଟିଡିପି) ନିର୍ବାଚନ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟଗୁଡିକୁ ଦଳର କର୍ମୀଙ୍କ ଦ୍ୱାରା ଭୋଟରଙ୍କ ମଧ୍ୟରେ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଠାକାର ପ୍ରମୁଖ ଦଳଗୁଡିକ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ ବଣ୍ଟନ କରୁଛନ୍ତି। ସୋଶାଲ ମିଡିଆରେ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।





More Stories
ଆଶା ଭୋସ୍ଲେଙ୍କ ପରଲୋକ…..
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..