ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁଜନସମାଜବାଦୀ ପାର୍ଟିରୀ ଇସ୍ତଫା ଦେବା ପରେ ଏବେ ୭୦ ବର୍ଷିୟ ବରିଷ୍ଠ ନେତା ସ୍ୱାମୀପ୍ରସାଦ ମୌର୍ଯ୍ୟ ନୂଆଦଳ ଗଠନ କରିଛନ୍ତି । ନୂଆଦଳର ନାମ ‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ରଖିଛନ୍ତି । ଏହାସହ ଦିଲ୍ଲୀରେ ଅନୁଷ୍ଠିତ କାର୍ଯକର୍ତ୍ତା ସମ୍ମିଳନୀରେ ଆଗାମୀ ଲୋକସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ତିନିଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବାସ୍ତବରେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଔପଚାରିକ ଭାବେ ୨୦୧୩ ରେ ଗଠନ କରାଯାଇଥିଲା । ଏହି ପାର୍ଟିର ଗଠନ ସାହେବ ସିଂ ଘନଗର ଅଲ୍ଲିଗଡରେ କରିଥିଲେ । ହେଲେ ସେତେବେଳେ ଏହି ପାର୍ଟି ଆଗକୁ ବଢିପାରି ନଥିଲା । ଏବେ ସ୍ୱାମୀପ୍ରସାଦ ମୌର୍ଯ୍ୟ ଏହି ପାର୍ଟିକୁ ଆଗକୁ ନେବେ । କେବଳ ସେତିକି ନୁହେଁ ଆଗାମୀ ଲୋକସଭା ନିର୍ବାଚନରେ ଏହି ପାର୍ଟି ଅଖିଳେଶ ଯାଦବଙ୍କ ପାଇଁ କଣ୍ଟା ହୋଇପାରେ । ସ୍ୱାମୀପ୍ରସାଦ ମୌର୍ଯ୍ୟ ୨୦ ବର୍ଷ ଧରି ବହୁଜନସମାଜବାଦୀ ପାର୍ଟିର ବଡ ପଦବୀରେ ରହିଥିଲେ । ଏହାସହ ମାୟାବତୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ହେଲେ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱାମୀପ୍ରସାଦ ବିଏସପି ଛାଡି ବିଜେପିରେ ଯୋଗ ଦେଇଥିଲେ । ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ ହେବା ପରେ ସ୍ୱାମୀପ୍ରସାଦଙ୍କୁ ମନ୍ତ୍ରୀପଦ ମିଳିଥିଲା । ହେଲେ ୫ବର୍ଷ ପରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱାମୀପ୍ରସାଦ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..