ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶରଦ ପାୱାରଙ୍କୁ ମିଳିଛି ନୂଆ ନାମ ଓ ନୂଆ ଚିହ୍ନ | ଏଥର ନିର୍ବାଚନରେ ନୂଆ ନାମ ତଥା ଚିହ୍ନ ସହ ମଇଦାନକୁ ଓହ୍ଲାଇବ ଶରଦ ପାୱାରଙ୍କ ଦଳ । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପିର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଘଣ୍ଟା ମଧ୍ୟ ପ୍ରଦାନ କରିଥିଲେ। ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ମିଳିଛି ତାଙ୍କୁ ନୂଆ ଦଳୀୟ ଚିହ୍ନ । ଶରଦ ପାୱାରଙ୍କ ନୂଆ ପାର୍ଟି ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି। ଏଥିସହ ତାଙ୍କ ଦଳୀୟ ଚିହ୍ନ ହିସାବରେ ଜଣେ ବ୍ୟକ୍ତି ତୁତାରୀ ଫୁଙ୍କୁଥିବାର ଦେଖିବାକୁ ମିଳୁଛି। ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୩ ଟି ବିକଳ୍ପ ଦିଅଯାଇଥିବା ବେଳେ ସେଥିମଧ୍ୟରୁ ନିର୍ବାଚନ କମିଶନ ତୁତାରୀ(ପେଁକାଳି) ଚିହ୍ନରେ ମୋହର ମାରିଛନ୍ତି। ପାୱାର ନିଜ ସୋଶାଲ ମିଡିଆରେ ଏ ସମ୍ପର୍କୀତ ଏକ ପୋଷ୍ଟ ଶେଆର କରି ନୂଆ ଚିହ୍ନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋତେ ଗୋଟିଏ ତୁତାରୀ ଦିଅନ୍ତୁ, ମୁଁ ଆତ୍ମାର ସହ ତାହାକୁ ଫୁଙ୍କିବି। ଛତ୍ରପତି ଶିବାଜୀଙ୍କ ଗୌରବ ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ମାନସମ୍ମାନର ବିଷୟ । ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରଗତିଶୀଳ ବିଚାର, ଆଦର୍ଶ ସହ ଦିଲ୍ଲୀ ସିଂହାସନ ହଲାଇବା ନିମନ୍ତେ ପୁଣି ଥରେ ବିଗୁଲ ବଜାଇବାକୁ ପ୍ରସ୍ତୁତ ଅଛୁ।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..