ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ଯେକୌଣସି ସ୍ଥାନରେ ଲାଗିଥିବା ପୋଷ୍ଟର କିମ୍ବା ବ୍ୟାନରକୁ ତୁରନ୍ତ ହଟାଇବାକୁ ରାଜନୀତିକ ଦଳଗୁଡ଼ିକୁ ବିଏମସି ନିର୍ଦ୍ଦେଶ ଦେଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଆଧାରରେ ବିଏମସି କର୍ତ୍ତୃପକ୍ଷ ଏଭଳି ନିର୍ଦ୍ଦେଶନାମା ସମସ୍ତ ରାଜନୀତିକ ଦଳଗୁଡ଼ିକ ପାଇଁ ଜାରି କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ କମିଶନରଙ୍କ ଗାଇଡଲାଇନ୍ ଅନୁସାରେ ସମସ୍ତ ପୋଷ୍ଟର,ବ୍ୟାନର ଓ କାନ୍ଥରେ ଲେଖାଯାଇଥିବା ସ୍ଲୋଗାନକୁ ହଟାଯିବ। ରାଜନୀତିକ ଦଳଗୁଡ଼ିକର ସମସ୍ତ ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯିବ। ଏନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବିଏମସି କର୍ମଚାରୀମାନଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଦିଆଯାଇ ସାରିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଆଧାରରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଏଦିଗରେ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ରାଜନୀତିକ ଦଳଗୁଡ଼ିକ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ଆଗାମୀ ଦିନରେ ପୋଷ୍ଟର-ବ୍ୟାନର ମାରିବାକୁ ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି। ନିର୍ବାଚନ ପୂର୍ବରୁ ଏହା ଏକ ରୁଟିନ୍ ପ୍ରକ୍ରିୟା ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର-ବ୍ୟାନର ସହ କାନ୍ଥରେ ବିଜ୍ଞାପନ ଦେଖିବାକୁ ମିଳୁଛି।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……