ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରୁ ଯୁବକଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ | ରାଜ୍ୟ ବାହାରର ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ସୁବିଧା ସୁଯୋଗ ଦେଖି ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ। ଏହାପରେ ମିଠା ମିଠା କଥା କହି ତଥା ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କ ମନ ଜିଣୁଥିଲେ। ଏପରିକି ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ। ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ। ଏପରି କରି ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ମାଲେମାଲ ହୋଇ ସାରିଥିଲେ। ଏପରି ଜଣେ ଧୂରନ୍ଧର ସାଇବର ଲୁଟେରାକୁ ଧରିବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ । ଆଉ ରାତାରାତି ଲକ୍ଷ୍ମୀ ସାଗର ପୋଲିସ ସହାୟତାରେ ତାଙ୍କୁ ଉଠାଇ ନେଇଛି । ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଘଟିଥିଲା। ଅଭିଯୁକ୍ତ ଯୁବକଜଣକ ହେଉଛନ୍ତି ସୌରଭ ଦେହୁରୀ। ସୌରଭ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ ଆଇଟି ଅଫିସ ଚଳାଉଥିଲେ। ଲକ୍ଷ୍ମୀସାଗରର ଏକ ଆପାର୍ଟମେଣ୍ଟରେ ସେ ନିଜର କିଛି ସାଙ୍ଗଙ୍କ ସହ ରହୁଥିଲେ। ସୌରଭ ନିଜ ପ୍ରେମ ଜାଲରେ ରାଜ୍ୟ ବାହାରର ବହୁ ଯୁବତୀଙ୍କୁ ଫସାଉଥିଲେ। ଏହାପରେ ଅଶ୍ଳୀଳ ଭିଡିଓ କରି ପରେ ସେମାନଙ୍କୁ ବ୍ଲାକମେଲିଂ କରୁଥିଲେ। ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ। ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ କରି ଓଡ଼ିଶାରେ ଏହାର ଲିଙ୍କ ଥିବା ଜାଣିବାକୁ ପାଇଥିଲା । ଏହାପରେ ସୌରଭଙ୍କ IP Address ଟ୍ରାକ୍ କରି ଦିଲ୍ଲୀ ପୋଲିସ ଭୁବନେଶ୍ୱରରେ ପହଞ୍ଚିଥିଲା। ଏହାପରେ ଗତ ରାତିରେ ଲକ୍ଷ୍ମୀ ସାଗର ଥାନା ପୋଲିସ ସହାୟତାରେ ସୌରଭ ରହୁଥିବା ଆପାର୍ଟମେଣ୍ଟରେ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ସୌରଭଙ୍କ ନିକଟରୁ ବହୁ ଲାପଟପ, ମୋବାଇଲ, ସିମକାର୍ଡ , ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ ହୋଇଛି । ଯୁବତୀମାନଙ୍କୁ ଫସାଇ ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀ ନିଆଯିବ ବୋଲି ଜଣାଯାଇଛି।
More Stories
ହମାସ ମୁଖ୍ୟ ୟାହୟା ସିନୱାର ନିହତ…..
ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବାତ୍ୟା,ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ….
ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିଲେ ମା’ ଝିଅ…..