Report Card Odisha

| Daily Odia News

ବସ୍-ସିମେଣ୍ଟ ଟ୍ୟାଙ୍କର ଧକ୍କା,୨ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ ବସ୍ ଏବଂ ସମେଣ୍ଟ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟ ଖେଡା ଜିଲ୍ଲା ନାଡିଆଦା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ବସ୍‌ଟିରେ ପ୍ରାୟ ୨୩ ଜଣ ଯାତ୍ରୀ ଥିଲେ। ବସଟି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ଯାଇ ଏକ ସମେଣ୍ଟ ବୋଝେଇ ଟ୍ୟାଙ୍କରରେ ଧକ୍କା ହୋଇଥିଲା। ପରେ ଖବର ପାଇ ପୋଲିସ
ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Breaking News