ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିୟନ୍ତ୍ରଣ ହରାଇ ପୋଖରୀରେ ପସିଗଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ୧୫ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର କାଶଗଞ୍ଜରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଜେଥରାରୁ ଗଙ୍ଗା ସ୍ନାନ କରିବା ପାଇଁ ଟ୍ରାକ୍ଟରରେ କିଛି ଶ୍ରଦ୍ଧାଳୁ ଆସୁଥିଲେ। ତେବେ ହଠାତ୍ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଥିଲା। ଫଳରେ ଟ୍ରାକ୍ଟର ଟ୍ରଲି ସମେତ ଶ୍ରଦ୍ଧାଳୁ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି। ପଟିୟାଲି କାଦରଗଞ୍ଜ ରୋଡରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଛୋଟ ଛୁଆ ଓ ୮ ଜଣ ମହିଳା ଶ୍ରଦ୍ଧାଳୁ ଅଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଛି। ସେପଟେ ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଖପାଖର ଗାଁ ଲୋକେ ମଧ୍ୟ ଉଦ୍ଧାର କାମରେ ଲାଗି ଛନ୍ତି। ଉଦ୍ଧାର କରାଯାଇଥିବା କିଛି ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଖରୀ ସୂଚନା ମୁତାବକ, ଟ୍ରାକ୍ଟରରେ ମୋଟ ୩୫ ଜଣ ଖ୍ରଦ୍ଧାଳୁ ଥିଲେ। ଏମାନେ ସମସ୍ତେ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି କୁହାଯାଉଛି। ସମସ୍ତ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……