Report Card Odisha

| Daily Odia News

ଭିତ୍ତିିଭୂମି ପ୍ରକଳ୍ପର ଉଦ୍‌ଘାଟନ-ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୧ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ଦୁଇ ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ। ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ୫୫୪ଟି ରେଳଷ୍ଟେସନର ପୁର୍ନବିକାଶ ପାଇଁ ଶିଳାନ୍ୟାସ କରିବେ । ଏଥିରେ ଓଡିଶାର ୨୧ଟି ରେଳ ଷ୍ଟେସନ, ୫୦ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ ରହିଛି। ପାରାଳାଖେମୁଣ୍ଡି, କେନ୍ଦୁଝର, ବ୍ରଜରାଜନଗର , ସମ୍ବଲପୁର ସିଟି , ଜୟପୁର ଭଳି ଷ୍ଟେସନ ରହିଛି। ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନ ଗୁଡିକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃ ବିକଶିତ କରାଯିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଗୋମତି ନଗର ଷ୍ଟେସନକୁ ଉଦଘାଟନ କରିବେ । ଏହି ଷ୍ଟେସନକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ ର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ଏହି ସଡକ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ ପ୍ରକଳ୍ପ ଗୁଡିକର ମୋଟ୍ ମୂଲ୍ୟ ପ୍ରାୟ ୨୧ ହଜାର ୫୨୦ କୋଟି ଟଙ୍କା ରହିଛି।

Breaking News