Report Card Odisha

| Daily Odia News

ଓଡ଼ିଶା ଆସିବେ ବିଲ୍‍ ଗେଟ୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ- ପ୍ରତିଷ୍ଠାତା ବିଲ୍‍ ଗେଟ୍ସ । କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କୃଷିର ଉନ୍ନତି ପାଇଁ ୨୦୧୭ରେ ବିଲ୍‍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଚୁକତିନାମା ସ୍ୱାକ୍ଷର କରିଥିଲେ ରାଜ୍ୟ ସରକାର। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି । ରାଜ୍ୟରେ କୃଷି ବିକାଶ କିପରି ହୋଇଛି ତାହାର ଅନୁଧ୍ୟାନ କରିବେ ବିଲ ଗେଟ୍ସ। ବିଶେଷକରି କୃଷି ବିଭାଗ କିପରି ଯୋଜନା ଲାଗୁ କରୁଛି ତାହା ଅନୁଧ୍ୟାନ କରିବେ।

Breaking News