ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ଥନ ଙ୍କର ମୃତ୍ୟୁ ହୋଇଛି। ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଥନ ଜଣେ ଶ୍ରୀଲଙ୍କା ନାଗରିକ ଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ୧୯୯୧ ମସିହାରେ ତାଙ୍କୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ ହୋଇଥିଲା। ୨୦୨୨ ମସିହାରେ ସୁପ୍ରିମ କୋର୍ଟ ସନ୍ଥନଙ୍କ ସମେତ ୭ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଥନଙ୍କ ସମେତ ନଳିନୀ, ରବିଚନ୍ଦ୍ରନ, ଶ୍ରୀହରନ, ଜୟକୁମାର, ରବର୍ଟ ପାୟସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପରଦିନ କୋର୍ଟରୁ ମୁକୁଳିଥିଲେ।ଜେଲ୍ରୁ ମୁକୁଳିବା ପରେ କିଛି ଦିନ ହେବ ସନ୍ଥନଙ୍କ ଲିଭରରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….