ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ୨୦୨୪ ନିର୍ବାଚନ ପାଇଁ ବୈଠକରେ ବିଜେପିର ନେତା ବସି ରଣନୀତି ପ୍ରସ୍ତୁତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୂଖ ଏଥିରେ ସାମିଲ ହେବେ। ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅମିତ୍ ଶାହା, ରାଜନାଥଙ୍କ ଭଳି କିଛି ହେବିୱେଟ୍ ଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡିଶାରୁ ଦୁଇ କିମ୍ବା ତିନିଟି ନାଁ ବି ରହିପାରେ। ଏହାଛଡା ୨୦୧୪ ଓ ୧୦୧୯ରେ ଦଳ ହାରିଥିବା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହୋଇପାରେ ।






More Stories
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..