ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯୯୦ ବ୍ୟାଚ୍ର ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍ ଅଧିକାରୀ ଦଲଜିତ ସିଂହ ଚୌଧୁରୀଙ୍କୁ ଶକ୍ତିଶାଳୀ ନ୍ୟାସନାଲ୍ ସେକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ନିଯୁକ୍ତି ସମ୍ପର୍କରେ ସୂଚିତ କରାଯାଇଛି। ଏହା ପୂର୍ବରୁ ଦଲଜିତ ସିଂହ ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ। ଏନ୍ଏସ୍ଜି ଭାରତର ଆତଙ୍କବାଦ ପ୍ରତିରୋଧ ଫୋର୍ସ ଭାବେ ପରିଚିତ। ଆତଙ୍କବାଦ ଓ ବିମାନ ଅପହରଣ ପ୍ରତିରୋଧ ଅଭିଯାନରେ ଏନ୍ଏସ୍ଜିଙ୍କୁ ନିୟୋଜିତ କରାଯାଇଥାଏ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଏନ୍ଏସ୍ଜି କମାଣ୍ଡୋଙ୍କ ଭୂମିକା ସମଗ୍ର ବିଶ୍ବରେ ପ୍ରଶଂସିତ ହୋଇଥିଲା।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……