ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫୫ ଦିନର ଛକାପଞ୍ଝା ମଧ୍ୟରେ ଶେଷର ତୃଣ ମୂଳ କଂଗ୍ରେସର ନେତା ଶେଖ ଶାହଜାହାଁ ଗିରଫ ହୋଇଛି |ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହଜାହାଁକୁ ପୋଲିସ ଗିରଫ କରିଛି | ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଜାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଶାହଜାହାଁଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ପୋଲିସ ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍ ତାଙ୍କୁ ଗିରଫ କରିଛି। ୫୫ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳ ଖେଳୁଥିଲେ ଶେଖ ଶାହଜାହଁ। ପୋଲିସ ତାଙ୍କ ଉପରେ କଡା ନଜର ରଖି ଶେଷରେ ଗିରଫ କରିଛି।






More Stories
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….