Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଉରକେଲା ESI ହସପିଟାଲର ବରିଷ୍ଠ କିରାଣି ଅଭିରାମ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ବକେୟା ବିଲ୍ କରିଦେବାକୁ ଶ୍ରୀ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ି ବସିଲେ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ- ବିଶ୍ୱସିଂହ ସିଂହ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାଉରକେଲା ESI ହସପିଟାଲରେ ଭର୍ତ୍ତି ହୋଇଥିଲେ। ୪ବର୍ଷ ହେଲା ବକେଇ ବିଲ୍ ପଡ଼ିରହିଥିଲା। ବରିଷ୍ଠ କିରାଣି ଅଭିରାମ ସାହୁ ବିଲ୍ ପାସ କରୁଥିଲେ। ଏଥିପାଇଁ ବିଶ୍ୱସିଂହ ବହୁ ଥର ଆସି ବିଲ୍ ପାସ୍‌ କରିବାକୁ ତାଙ୍କୁ କହିଥିଲେ, ହେଲେ ସେ କରୁ ନଥିଲେ। ଏପରି ୪ବର୍ଷ ବିତିଯାଇଥିଲା। କିଛି ଦିନ ତଳେ ବିଶ୍ୱନାଥ ବିଲ୍ ପାସ କରିବା ପାଇଁ ଅଭିରାମଙ୍କ ପାଖକୁ ଯାଇଥିଲେ। ବିଲ୍ ପାସ କରିଦେବା ପାଇଁ ଅଭିରାମ ବିଶ୍ୱନାଥଙ୍କୁ ୧୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ବିଶ୍ୱନାଥ ମଧ୍ୟ ଅଭିରାମଙ୍କ କଥାରେ ରାଜି ହୋଇଯାଇଥିଲେ। ଏନେଇ ବିଶ୍ୱନାଥ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ସକାଳେ ବିଶ୍ୱନାଥ ଅଭିରାମଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ। ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅଭିରାମଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।

 

Breaking News