ରିପୋର୍ଟ କାର୍ଡ / ବୁର୍ଲା
ବିଶୃଙ୍ଖଳିତ ଆଚରଣ ପାଇଁ ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଭିସୁଟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ ବୈଠକ ପରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି। ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିନ୍ଦନୀୟ ଆଚରଣ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ବି ହୋଇଥିଲା। ଏପରି ଅଶୋଭନୀୟ ଆଚରଣ ପାଇଁ ପୂର୍ବରୁ ବି ତାଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବନ କରା ଯାଇଥିଲା । ଏପରି ବ୍ୟବହାର ନିମନ୍ତେ ସେ ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିଲେ ସେଠାରୁ ମଧ୍ୟ ସେ ବହିଷ୍କୃତ ହୋଇଥିଲେ। ଭିସୁଟରେ ଚାକିରି ଆବେଦନ ସମୟରେ ତାଙ୍କ ନାଁରେ ଥିବା ଏପରି ସାଂଘାତିକ ଅଭିଯୋଗକୁ ସେ ଲୁଚାଇଥିଲେ ବୋଲି ଭି ସୁଟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସମ୍ପୃକ୍ତ ସହକାରୀ ଅଧ୍ୟାପକଙ୍କ ମତାମତ ମିଳି ପାରିନି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….